ସାମଗ୍ରୀ:-
ପାଞ୍ଚଶହ ଗ୍ରାମ ଗାଜର
ବଡ ପିଆଜ ଦେଢ଼ଟା
ମୁଗଡାଲି ଏକ ଚାମଚ
ସର କଢ଼ା ଦୁଗ୍ଧ ଏକ କପ
ଆବଶ୍ୟକ ଅନୁଯାୟୀ ଲୁଣ
ହଳଦୀ, ତେଲ ଓ ଗୋଲମରିଚ ।
ପ୍ରସ୍ତୁତି:-
ପିଆଜ ସାଥିରେ ଗାଜରକୁ ବଡ ବଡ ଖଣ୍ଡ କରି କାଟିବେ ।
ତିନି କପ ପାଣିରେ ମୁଗ ପକାଇ ପ୍ରେସର୍ କୁକର୍ ରେ ରାନ୍ଧନ୍ତୁ ।
ତାହା ସିଝିଗଲେ ମିକ୍ସରେ ପେଷି ଦିଅନ୍ତୁ ।
ଦୁଗ୍ଧକୁ ସିଝାଇ ସୁପରେ ମିଶ୍ରଣ କରନ୍ତୁ ।
ଗୋଲମରିଚ ଓ ଲୁଣ ଦେଇ ଗୋଟିଏ ମିନଟ ଫୁଟାନ୍ତୁ ।
ଅଳ୍ପ ଗରମ ଥାଇ ପରସନ୍ତୁ ଗଜର୍ ସୁପ୍ ।