ଯିବେ ସବୁ ଗାଡି ଜାଗା ଗୋଟିଏ
କେବେ ପହଞ୍ଚିବ ଜାଣିଛି କିଏ?😢😢😢
ଦିବଙ୍ଗତ ଅଭିନେତ୍ରୀ, ସୁନ୍ଦରତାର ପ୍ରତୀକ, ଅନେକ ସଫଳ ଚଳଚ୍ଚିତ୍ରର ସଫଳ ନାୟିକା ତଥା ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଥମ ନାରୀ ସୁପର୍ ଷ୍ଟାର୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ଶବ ଯାତ୍ରାର ଫଟୋ ସହ ଦେଖିଲି ଉପରୋକ୍ତ କବିତା ଦୁଇ ଧାଡି ଫେସ୍ ବୁକରେ । ଥରିଗଲା ହୃଦୟ । ମନେ ପଡିଗଲେ ଅଫେରନ୍ତା ରାଇଜକୁ ଚାଲି ଯାଇଥିବା ଅନେକ ପ୍ରିୟଜନ । କୋରି ହୋଇଗଲା ହୃଦୟ। ଥରିଗଲା ମନ । ଜୀବନର ଏକମାତ୍ର ସତ୍ଯ : ଜନ୍ମ ହେଲେ ମୃତ୍ଯୁ ନିଶ୍ଚିତ । ତଥାପି ବି ମଣିଷ ମାୟାଗ୍ରସ୍ତ ହୁଏ। ମିଛ ବଡେଇ କରେ।ତୋର ମୋର ସୀମା ରେଖା ଭିତରେ ଆବଦ୍ଧ ହୋଇଯାଏ । ମନ ଗ୍ରହଣ କରିବାକୁ ରାଜି ହୁଏନା ଏହି ଭୟଙ୍କର ସତ୍ଯକୁ।
ଏତେ ବଡ଼ ଅଭିନେତ୍ରୀ । ଏତେ ସୁନ୍ଦର। ଅନେକ ସଫଳତାର ଅଧିକାରୀ ଶ୍ରୀଦେବୀ । ଭାରତୀୟ ବୟସ ମାନଦଣ୍ଡକୁ ଦେଖିଲେ ଚଉବନ ବର୍ଷଟା କିଛି ବି ନୁହେଁ । ତଥାପି ବି ମୃତ୍ଯୁ କେଉଁ ଛଟକରେ ଆସି କବଳିତ କରିନେଲା ପ୍ରାଣ ।
ଟୀକା ଗୋବିନ୍ଦ ଚନ୍ଦ୍ରର ପଦଟିଏ ମନେ ପଡେ:
ସେହି କାଳ ଯମ ବଡ଼ ଦାରୁଣରେ
ନ ଜାଣଇ ଦୁଃଖ ସୁଖ
ବାଛି ନବ କଞ୍ଚା ରଖିବ ପାଚିଲା
ଦେବ ସେ ଦାରୁଣ ଦୁଃଖରେ କୁମର.....
ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମାର ସଦ୍ ଗତି ହେଉ ଓ ଭଗବାନ୍ ତାଙ୍କ ପରିବାରକୁ ଏ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ ।